ସସ୍ମିତା ପଣ୍ଡା : କବିତା : ଶୀତ ଗୋଟେ ଅନୁଭୂତି

ଶୀତ ଗୋଟେ ଅନୁଭୂତି।। ସସ୍ମିତା ପଣ୍ଡା ।। ଶୀତ ଗୋଟେ  ଅବୁଝାପଣରଆଉଟୁ ପାଉଟୁ ରାତିଥରୁଟିଏ ଛୁଇଁ ଦେଲେ  ଦେହକୁ ଓହ୍ଲାଏ କେତେ ଅପେକ୍ଷାର ତାତି… ଶୀତକୁ ଶୀତ ନ କହିଲେଶୂନ୍ୟତାରେ ଲେଖିହୁଏଚିହ୍ନଦିଆ ସ୍ମୃତି ।। ସକାଳ ଦେହରେ ଚମକୁଥିବାଚିକିମିକି ଚିକ୍କଣିଆ ଖରାମହରଗ ମୂଲକରେଅଲିଅଳୀ ସକାଳସିଏ ଯେଣୁ ତରଳା ଶିଶିରଏମିତି ଯେ କାଟିପାରେହୃଦୟକୁ କରି ଦୁଇଫାଳଶୀତକୁ ଶୀତ ନ…

ଅଜୟ କୁମାର ଜେନା : କବିତା : କିଛି ଦୁଖଃ କାଲିକି ଥାଉ

କିଛି ଦୁଃଖ କାଲିକି ଥାଉ।। ଅଜୟ କୁମାର ଜେନା ।। ଆଜି ଗାଧୋଇସାରିଲେଣି ବେକେ ଅନ୍ଧାରରେଅଧା ଅଧା ଶିଖିଗଲେଣି ଲୁହ ପହଁରାକଣ୍ଟାରେ ଚାଲିଆସିଲେଣି କୋଶେ ବାଟଧୀରେ ଧୀରେ ନିଆଁକୁ ବି ପ୍ରଶ୍ବାସରେ ରୁନ୍ଧିଦେଲେଣି ଆମେ। ତୁ କହିସାରିଲୁଣି ମତେକୁମ୍ଭୀର କେମିତି ଅଧାନଈକୁ ଟାଣିନେଲାଣିଭାଗ୍ୟ ଓ ଭବିତବ୍ୟ। ମୁଁ କହିସାରିଲିଣି ତତେକେମିତି ଫେରିବା କୂଳକୁ,କୂଳରେ ଅନାଇ ବସିଛି…

ସଂଗ୍ରାମ ମହାରଣା : କବିତା : ବୋଉ

ବୋଉ।। ସଂଗ୍ରାମ ମହାରଣା ।। ମୁଁ ନାଉ ହେଉଥିବା ପୃଥିବୀର ପିଠିମୋ ଜିଦ୍ଦି ପଣରେ ଧୂଳି ଆଉ ମାଟିସେ ବୁଝେ ଭୋକିଲା ପେଟର ପାଟିକିନ୍ତୁ ବୁଝେନି କିଏ ଆକାଶ, କିଏ ମାଟି..! ମାଟିରେ ମୋ ପାଇଁ ଜହ୍ନ ହେଇଥାଉଆକାଶ ବି ତାକୁ ବୋଉ ବୋଲି କହୁ..| ମୁଠାଏ ଚାଉଳରେ ଗଢ଼ିଦିଏ ସଂସାରଆଉଁସି ଦେଇ ଝାଡ଼ିଦିଏ କାହା…

ଦୀପଙ୍କର ଦାସ : କବିତା : ମାଆକୁ ଚାଳିଶିଆ

ମାଆକୁ ଚାଳିଶିଆ।। ଦୀପଙ୍କର ଦାସ ।। ମାଆକୁ ଚାଳିଶିଆ ହେବାପରଠୁଅଧା ପଡିଛି ମୋ ପାଇଁ ମଫଲର୍ ବୁଣାଛୁଞ୍ଚିରେ ସୂତାଖିଏ ପାଇଁ ବିସେ ଖୋଜିବୁଲେ ମୋରି ଠିକଣାପାଞ୍ଜି ଦେଖିପାରୁନି,ପଢ଼ିପାରୁନାହିଁ ଶ୍ରୀମଦ ଭଗବତ ଗୀତା ଏଇଭିତରେପୂର୍ଣ୍ଣିମା, ଅମାବାସ୍ୟା, ସଂକ୍ରାନ୍ତି ସବୁ ବଦଳେମୋର ଅଧାକଞ୍ଚା ଜ୍ଞାନଥିବାଓଡ଼ିଆ କ୍ୟାଲେଣ୍ଡର ଦେଖାରେ ସେଦିନ ଦସ୍ତଖତ କରିପାରିଲାନିବ୍ୟାଙ୍କ୍ ଖାତାରେକହିଲା, “ବାପା, ଯେତେ ବୟସ ବଢେ…

କମଳ ଲୋଚନ ବେହେରା : କବିତା : ଥାଉ

ଥାଉ।। କମଳ ଲୋଚନ ବେହେରା ।। ଥାଉ ! ତାକୁ ଆଉ ପୂଜନିସେ ଅଧରାତିର ଚାଖଣା ହବା ଥୟ ଥାଉ ! ତା ଦେହକୁ ଆଉ ଘୋଡ଼ାଅନିସେ ତ ଫି ରାତି ଲଙ୍ଗଳା ହେବା ଥୟନିଜ ଇଚ୍ଛାରେ ନୁହଁ… ଟଣାଓଟରାରେ ଥାଉ ! ତାକୁ ଆଉ ମା’ ବୋଲି ଡାକନିଇଜ୍ଜତ ପାଇଁ ନେହୁରା ହେବା ପରେ…

ସମ୍ପାଦକୀୟ : ନଭେମ୍ବର, ୨୦୨୪

ଆଜି କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା। ଉତ୍କଳୀୟ ପରମ୍ପରାରେ ଏଇ କାର୍ତ୍ତିକମାସ ଏକ ଧାର୍ମିକ ମାସ ଏବଂ ଏହା ଉତ୍କଳର ବିଲୁପ୍ତ ନୌବାଣିଜ୍ୟ ପରମ୍ପରାର କଥା କହେ।ଆ କା ମା ବୈ,ପାନ ଗୁଆ ଥୋଇ…ପାନ ଗୁଆ ତୋର,ମାସକ ଧରମ ମୋର..! ଆ-କା-ମା-ବୈ… ଆଷାଢ଼, କାର୍ତ୍ତିକ, ମାର୍ଗଶିର ଓ ବୈଶାଖ — ଏଇ ଚାରିମାସ ସୂର୍ଯ୍ୟଙ୍କର…

ଶିବାଶିଷ ପାଢ଼ୀ : ଗଳ୍ପ : ଝିଅ ନିଉତା

ଝିଅ ନିଉତା।। ଶିବାଶିଷ ପାଢ଼ୀ ।।             “ଭାଉଜ ତ ରହିବେ ନା’ ଆଉ ଚିନ୍ତା କଣ ? ତାଙ୍କର ଆଉ କିଏ ଅଛି ଯେ ନେବାକୁ ଆସିବ ?”ନଣନ୍ଦ ରିତୁର ଏଇ ପଦେକଥା ସବୁବେଳେ ମାଧୁରିମାର ଛାତିକୁ ଖିନଭିନ୍ନ କରିଦିଏ !ଏମିତି ଲାଗେ ଯେମିତି ଛାତି ଚିରି ହୃଦୟ ବାହାରି ଆସିବ। ରିତୁ ସହ…