ଶୁଭମ୍ ନାଏକ : ଗଳ୍ପ : ବୁଢ଼ାବଳଙ୍ଗର ମାଝୀ

ବୁଢ଼ାବଳଙ୍ଗର ମାଝୀ।। ଶୁଭମ୍ ନାଏକ ।।               ଅନାଦିକାଳରୁ ବହିଯାଉଛି ବୁଢ଼ାବଳଙ୍ଗ ନଦୀ। ଗୋଟିଏ ପଟେ ବାଲେଶ୍ୱର ଓ ଅନ୍ୟ ପଟେ ମୟୂରଭଞ୍ଜ। ଠିକ ଯେମିତି ବୁଢ଼ାବଳଙ୍ଗ ଟାଣିଦେଇଛି ଏକ ସୀମାରେଖା। ନଦୀକୂଳରେ ମାକନ୍ଦା ଗାଁ। ବଂଶୀବୁଢ଼ାର ଜନ୍ମଭୂମି ତଥା କର୍ମଭୂମି। ଅନେକଦିନ ତଳର କଥା। ବଂଶୀ ସେତେବେଳେ ଏକ ଯୁଆନ୍ ଟୋକା। ସେ ଯାଇଥାଏ…

ଅଜୟ କୁମାର ମହାନ୍ତି : ଗଳ୍ପ : ଏକ ନୂତନ ସକାଳର ଅପେକ୍ଷା

ଏକ ନୂତନ ସକାଳର ଅପେକ୍ଷା।। ଅଜୟ କୁମାର ମହାନ୍ତି ।।                ଚଇତିମେଘ ପରି ଅସରାଏ ବର୍ଷି ଯାଇ ଚୁପ୍ ହେଇଗଲା ବର୍ଷା। ଆଖିରେ ଟଳମଳ ଲୁହ। ବେଦନାସିକ୍ତ ହୃଦୟରେ ଝର୍କା ଆଡ଼କୁ ମୁହଁ କରି ବସିଛି, ଆଉଟୁପାଉଟୁ  ଅଭିମାନ ସବୁକୁ ସନ୍ତୁଳି ସନ୍ତୁଳି ଛାତି ଭିତରେ। କାହା ପାଖରେ ମନକଥା କହିବ..? ଆପଣା ସୁନା…

ସମ୍ବାଦବିସମ୍ବାଦ: ଅକ୍ଟୋବର ୨୦୨୪

@ ଶଙ୍ଖନାଭୀର କସ୍ତୁରୀ କବି ହରିହର ମିଶ୍ରଙ୍କ ଦେହାବସାନ : ‘ଶଙ୍ଖନାଭୀର କସ୍ତୁରୀ’ ବିଶିଷ୍ଟ ଭାରତୀୟ କବି ତଥା ପୂର୍ବତନ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ରଙ୍କର 23 ସେପ୍ଟେମ୍ବର 2024 ରେ 84 ବର୍ଷ ବୟସରେ ଦେହାବସାନ ଘଟିଛି।20 ଜାନୁଆରୀ 1941ରେ ପୁରୀ, ମାର୍କଣ୍ଡେଶ୍ୱର ସାହିରେ ଜନ୍ମଗ୍ରହଣ କରିଥିବା କବିଙ୍କ ଲେଖନୀରୁ ନିସୃତ…

ସମ୍ପାଦକୀୟ : ସେପ୍ଟେମ୍ବର୍, ୨୦୨୪

ସୁପରିଚିତ ଓଡ଼ିଆକବି, ପ୍ରାବନ୍ଧିକ ଓ ନାଟ୍ୟକାର ରମେଶ ଚନ୍ଦ୍ର ବେହେରା ୮୩ବର୍ଷ ବୟସରେ ଅଗଷ୍ଟ ୨୩ ତାରିଖରେ ଇହଲୀଳା ସମ୍ବରଣ କରିଛନ୍ତି। ବଣେଇ ଉପଖଣ୍ଡରେ ଭୀଷ୍ମ ପିତାମହ ରୂପେ ପରିଚିତି ଏହି ସୁସାହିତ୍ୟିକଙ୍କ ଉଦ୍ଦେଶ୍ୟରେ ଗତ ୧୫, ସେପ୍ଟେମ୍ବର ଦିନ ଏକ ସ୍ମୃତିଚାରଣ ସଭାର ଆୟୋଜନ କରାଯାଇଥିଲା, ଯେଉଁଥିରେ ସୁନ୍ଦରଗଡ଼, ଦେବଗଡ଼, ରାଉରକେଲା ସମେତ ବିଭିନ୍ନ…

ଦେବେନ୍ଦ୍ର ଲାଲ୍ : ଆଲୋଚନା : କବିର ଭାବଭୂମିରେ କବିତା

‘କବିତା’କୁ ନେଇ ଅନେକ କିଛି କୁହା ଯାଇପାରେ, ଲେଖା ଯାଇପାରେ ଓ ବୁଝାଯାଇ ବି ପାରେ। କବିତା, ସାହିତ୍ୟର ଏକ ଅଦ୍ଭୁତ ମାଧ୍ୟମ ଅଟେ, ଯାହା କବି ଓ ପାଠକ ଉଭୟଙ୍କୁ ଅର୍ଥ, ଧ୍ୱନି ଓ ଭାବ ମାଧ୍ୟମରେ ଏକ ରହସ୍ୟମଧୁର ବିଚିତ୍ର ସଂସାରର ଅନୁଭବ ଦେଇଥାଏ। ମୁଁ କବିତାକୁ ଯେତିକି ଯେତିକି ବୁଝି ବୁଝିଚାଲିଛି,…

ମହାଶ୍ବେତା ସାହୁ : ଗଳ୍ପ : ଶବ୍ଦ ସବୁ ହଜିଯିବା ପରେ

ନୀଳିମା ଦର୍ପଣ ଆଗରେ ଠିଆ ହେବାକୁ ଚେଷ୍ଟା କଲା, ମାତ୍ର ସିଧା ହୋଇ ଠିଆ ହୋଇ ପାରିଲା ନାହିଁ । ଗୋଡ଼ ଟଳମଳ ହୋଇଯାଉଛି, ନୂଆ ଠିଆ ହୋଇ ଚାଲିବାକୁ ଚେଷ୍ଟା କରୁଥିବା ପିଲାଟେ ପରି । ସେ ନିଜକୁ ସମ୍ଭାଳିବାକୁ ଯାଇ ଖଟର ବାଡ଼ାକୁ ଧରିଲା ଜୋର୍ କରି । ଲଗାତର ଜ୍ବର, ଗୋଟେ…

ପ୍ରହଲ୍ଲାଦ ଶତପଥୀ : କବିତା : ତପସ୍ୱୀ ରାତି

ଯଦି ଲେଖିବାକୁ ଇଚ୍ଛା ହେଉଛି ଲେଖି ପକାରାତି ଅଧାରୁ ଅଧିକ ହେଲାଣି ତ କ’ଣ ହେଲା ସେଠୁ ? ସକାଳକୁ ଅପେକ୍ଷା କର୍ ନା,ରାତିରେ ପରିଷ୍କାର ଦେଖାଯାଆନ୍ତି ଅକ୍ଷରସବୁ କବିତାର ।ସକାଳ ହେଲା କ୍ଷଣି ଉଭେଇ ଯାଆନ୍ତି ତାରା ପ୍ରାୟେଖୋଲା ଆକାଶଟିଏ ପଡ଼ି ରହିଥାଏଫର୍ଦ୍ଦେ ସଫେଦ୍ କାଗଜ ପରିକା ଖାଲି ଯାହା। ଆଜି ଶିବଙ୍କ ରାତି,ଉଜାଗର…

ବିଜୟ କୁମାର ମହାପାତ୍ର : କବିତା : ଶୂନ୍ୟସ୍ଥ

ଦରଜାରେ ହାତମାର ନାହିଁବଖରା ଖାଲି। ଅନ୍ଧାର ଭିତରେ ବାହାରେ କିଏଓ କ’ଣ ରହିଛି କି ପେଟରାରେ, ମାଟିକଳସୀରେ…କିଛି ନିପାରିଲା ଅନୁପଯୁକ୍ତ ସମୟ..!! ପାଦ ବଢ଼ାଅନି ଅନ୍ଧାର ଢୋକିନେବହାତ ଚଳାଅନି ଆକାଶର ଖଳାରେଧ୍ଵସ୍ତ ବିଧ୍ୱସ୍ତ ଆଲୋକର ରବରେଧ୍ରୁପଦ ରାଗିତ ହେବ… ତୁମେ ଅପେକ୍ଷା କରକାନମୁଣ୍ଡାରେ ଶବ୍ଦଶୁଳର ଆଘାତବାଜିବାଜି ପାହିବା ଯାଏ,ସେଇ ଶୂନ୍ୟତାର ପାହୁଡ଼ ପିନ୍ଧି ଦିକଦାର୍ ହୁଅଆଖି…

ଏଲି ମହାନ୍ତି : କବିତା : ପଞ୍ଝା

ସେମାନେ ପ୍ରଥମେ ଆସିବେଆମ ମାନଙ୍କ ପୋଷାକରେଆମ ଭାଷାରେଆମ ବିଶ୍ୱାସରେ ସେମିତି ହିଁ ସେମାନେ ଆସନ୍ତିତୁମ ବାଡ଼ିର ପିଜୁଳି ବାସ୍ନାରେ ଯେମିତି ଆସନ୍ତିଦଳ ଦଳ ବାଦୁଡ଼ିଅନ୍ଧାରରେ,ପରିଚୟ ପାଇଁ ସ୍ୱତଃ ଛାଡ଼ିଯାଆନ୍ତିଛେଦା ଓ ମଳ ସେମାନେ ସେତେବେଳେ ଆସନ୍ତିଯେତେବେଳେକଣ୍ଟାପିଟିବାକୁନିଜ ଘର କାନ୍ଥରୁ ତୁମେଉଖାରି ପକାଅ ପଲସ୍ତରାପଙ୍ଗପାଳ ମାରିବା ପାଇଁପୋଡ଼ିଦିଅ ଶସ୍ୟକ୍ଷେତ୍ରମା’ର ଲଙ୍ଗଳା ଚିତ୍ର ଆଙ୍କଆଉ ଖୁସି ହୁଅ ଯେତୁମେ…